‘ଆମେ କେମିତି ହେଲୁ ଜନବିରୋଧୀ’

Publisher : kanaknews.com
Published on 2023-10-03 07:50:04 PMViews Icon1 views

କନକ ବ୍ୟୁରୋ: ଦିନିକିଆ ଓଡି଼ଶା ଗସ୍ତରେ ଆସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ, ୨୦୨୪ ସାଧାରଣ ନିର୍ବାଚନ ଲାଗି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳ ଓଡିଶାରେ ଫୁଲ ଦମରେ ଲଢିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଖୋଲା ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପଶ୍ଚିମବଙ୍ଗର ଉଦାହରଣ ଦେଇ କହିଛନ୍ତି- ଓଡି଼ଶାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ ନୋଟିସ ଦିଆଯାଇଛି, ଉତ୍ତର ନମିଳିଲେ ପୁଣି ନୋଟିସ କରାଯିବ । ୟୁପିଏ ଅପେକ୍ଷା ଏନଡିଏ ସମୟରେ ଓଡ଼ିଶାକୁ ଅଧିକ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି । ତେବେ ଏହାର ଜବାବ ରଖି ଦୁର୍ନୀତିର ହିସାବ ମାଗିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

‘ବିରୋଧୀ ନୁହନ୍ତି ଜନବିରୋଧୀ’
ହୋଇପାରନ୍ତି ସରକାର ବିରୋଧୀ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ସଂପର୍କରେ ଦେଇଥିବା ଟିପ୍ପଣୀକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ । ଜବାବରେ ଅନୁରାଗ ଠାକୁର କହିଛନ୍ତି- ବିରୋଧୀ ଜନବିରୋଧୀ ହୋଇପାରିବେ ନାହିଁ । ସେମାନେ ସରକାର ବିରୋଧୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଗରିବ କଲ୍ୟାଣ ପାଇଁ କାମ କରୁଛି । ତେଣୁ ଆମେ କେମିତି ଜନବିରୋଧୀ ହେଲୁ? ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ଦିନିକିଆ ଗସ୍ତରେ ଆସି ଆଜି ସକାଳୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ । ଦୁହିଁଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ସମ୍ବାଦ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେବା ସହ ପ୍ରଜାତନ୍ତ୍ରର ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ।

The post ଜନବିରୋଧୀ କିଏ ? ମୁଖ୍ୟମନ୍ତ୍ରୀଙ୍କ ‘ଜନବିରୋଧୀ’ ଟିପ୍ପଣୀର ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । first appeared on Kanak News.

Disclaimer: This story is auto-aggregated by a computer program and has not been created or edited by Khabriya. Publisher: kanaknews.com

Khabriya App Link on PlaystoreHow was it? Read stories you love and stay updated 24x7. Download the Khabriya App.

More Stories from Khabriya

image of ଧସେଇ ପଶିଲେ ଶ୍ରଦ୍ଧାଳୁ
publisher logokanaknews.com

ଧସେଇ ପଶିଲେ ଶ୍ରଦ୍ଧାଳୁ

Published on 2023-11-25 08:32:04 AM
image of ବିନା ବାୟୋଲୋଜିରେ ଡାକ୍ତର !
publisher logokanaknews.com

ବିନା ବାୟୋଲୋଜିରେ ଡାକ୍ତର !

Published on 2023-11-23 08:04:06 PM
image of ଧାରଣାରେ ଘରୋଇ ବସ୍ ମାଲିକ ସଂଘ
publisher logokanaknews.com

ଧାରଣାରେ ଘରୋଇ ବସ୍ ମାଲିକ ସଂଘ

Published on 2023-11-22 12:04:03 PM