ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ

Publisher : kanaknews.com
Published on 2023-10-03 07:53:05 PMViews Icon0 views

କନକ ବ୍ୟୁରୋ: ନିଜର ହକ୍ ପାଇଁ ରାଜଧାନୀ ରାଜପଥରେ ଲଢେଇ କରୁଛନ୍ତି ଅଙ୍ଗନବାଡି ଦିଦି ଓ ସହାୟିକା । ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଅଙ୍ଗନବାଡି କର୍ମୀ ଓ ସହାୟିକା ପଡି ରହିଛନ୍ତି । ସାଙ୍ଗରେ ଆଣିଥିବା ପଖାଳ ସାଙ୍ଗକୁ ଆଳୁ ସିଝା ଓ କଞ୍ଚା ଲଙ୍କା ଖାଉଛନ୍ତି ଅଙ୍ଗନବାଡି ଦିଦି । ଦୂରଦୂରାନ୍ତରୁ ଆସୁଥିବା ଆନ୍ଦୋଳନକାରୀ ମହିଳା ସାଙ୍ଗରେ ଆଣିଥିବା ପଖାଳ ଖାଉଥିବାର ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି ।

ତେବେ କମ୍ ଦରମା ମିଳୁଥିବାରୁ ବାହାରୁ ଖାଦ୍ୟ କିଣି ଖାଇବା ସେମାନଙ୍କ ପକ୍ଷେ ସମ୍ଭବ ହେଉନଥିବା କହିଛନ୍ତି । ସେପଟେ ସହାୟିକା ନିଜ ପିଲାଙ୍କୁ କାଖରେ ଧରି ଧାରଣାରେ ବସିରହିଛନ୍ତି । ସରକାରୀ କର୍ମଚାରୀ ମାନ୍ୟତା, କର୍ମୀଙ୍କୁ ମାସିକ ୧୮ ହଜାର ଟଙ୍କା, ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ଦେବାକୁ ଦାବି କରୁଛନ୍ତି ଆନ୍ଦୋଳନକାରୀ । ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିଲେ ସୁଦ୍ଧା ସରକାର ଶୁଣୁନଥିବାରୁ ଆଜିଠାରୁ ଅହୋରାତ୍ର ଧାରଣା ଦେଇଛି ଅଙ୍ଗନବାଡି କର୍ମଚାରୀ ସଂଘ ।

  • ଓଏସଏସସି ଅଫିସ ଆଗରେ ଆନ୍ଦୋଳନ
  • ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ୍ କାର୍ଯ୍ୟାଳୟ ବାହାରେ ଚାକିରି ଆଶାୟୀଙ୍କ ପ୍ରତିବାଦ । ରେଗୁଲାର ହାଇସ୍କୁଲ ଟିଚର ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ପ୍ରତିବାଦ କରିଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷାରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ କରି ଏମାନେ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ପୁନଃ ପରୀକ୍ଷା ଦାବି କରି ପରୀକ୍ଷାର୍ଥୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ପ୍ରଶ୍ନପତ୍ର କାହିଁକି ଭୁଲ ଆସିଲା ଏହାର ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି ।

ସୂଚନାଯୋଗ୍ୟ ଯେ, ବିଧାନସଭା ଆସିଲେ ଆରମ୍ଭ ହୁଏ ପ୍ରତିବାଦର ଋତୁ । ଭୁବନେଶ୍ୱର ଲୋୟର ପିଏମଜି ପାଲଟିଯାଏ ଧାରଣାସ୍ଥଳ । ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଲେ ଧାରଣା ହଟେ । ହେଲେ ଚଳିତଥର ବିଭିନ୍ନ ସଂଗଠନ ଯେମିତି ନିଜ ନିଜ ଜିଦରେ ଅଡି ରହିଛନ୍ତି । ତେଣୁ ପ୍ରତିଶ୍ରୁତି ନୁହେଁ ବରଂ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ।

The post ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି । ସେପଟେ ଓଏସଏସସି ଅଫିସ ଆଗରେ ଆଶାୟୀଙ୍କ ଆନ୍ଦୋଳନ first appeared on Kanak News.

Disclaimer: This story is auto-aggregated by a computer program and has not been created or edited by Khabriya. Publisher: kanaknews.com

Khabriya App Link on PlaystoreHow was it? Read stories you love and stay updated 24x7. Download the Khabriya App.

More Stories from Khabriya

image of ଟନେଲ୍ ଦୁର୍ଘଟଣା ପରେ...
publisher logokanaknews.com

ଟନେଲ୍ ଦୁର୍ଘଟଣା ପରେ...

Published on 2023-11-23 08:20:02 AM