ସରିଲା ବିଧାନସଭାର ମୌସୁମୀ ଅଧିବେଶନ, ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍

Publisher : thesakala.in
Published on 2023-10-03 07:57:04 PMViews Icon0 views

odisha-assembly

ଭୁବନେଶ୍ବର: ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ବିରୋଧୀଙ୍କ ଅସହଯୋଗ ଯୋଗୁଁ ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ । ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାର ସିକୃତି ଲାଭ କରିଛି । ଅଧିବେଶନ କାଳରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ୧୨ଟି ବିଲ୍‌ ଆଲୋଚନା ହୋଇ ପାରିତ ହୋଇଛି। କିନ୍ତୁ ବିରୋଧୀଙ୍କ ଅସହଯୋଗ ଓ ହଟ୍ଟଗୋଳ ଯୋଗୁଁ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନି । ଅନେକ ଜନସ୍ବାର୍ଥ୍ୟ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇଥିବାରୁ ବାଚସ୍ପତି, ଉପବାଚସ୍ପତି ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ, ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ବିଲ୍‌, ନିଷ୍ଟ ଓ ସିଲିକନ ଏକକ ବିଶ୍ବବିଦ୍ୟାଳୟ ବିଲ୍‌, ଏସସି ଏସଟି ସଂଶୋଧନ ବିଲ୍‌, ଓଡ଼ିଶା ଜିଏସଟି ସଂଶୋଧନ ବିଲ୍‌, ଭୂଅର୍ଜନ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ୍‌, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍‌ ଭଳି ୧୨ଟି ବିଲ୍‌ ପାରିତ ହୋଇଛି।

 

Disclaimer: This story is auto-aggregated by a computer program and has not been created or edited by Khabriya. Publisher: thesakala.in

Khabriya App Link on PlaystoreHow was it? Read stories you love and stay updated 24x7. Download the Khabriya App.

More Stories from Khabriya

image of ଘୋଡାରୁ ଖସି ଶ୍ରୀତମ୍ ଆହତ
publisher logokanaknews.com

ଘୋଡାରୁ ଖସି ଶ୍ରୀତମ୍ ଆହତ

Published on 2023-11-23 03:53:22 PM
image of ବିଶ୍ୱବିଦ୍ୟାଳୟ ଆଗରେ ଧାରଣା
publisher logokanaknews.com

ବିଶ୍ୱବିଦ୍ୟାଳୟ ଆଗରେ ଧାରଣା

Published on 2023-11-23 11:40:03 AM