କନକ ବ୍ୟୁରୋ: ସୁନ୍ଦରଗଡ ଓ ପଦ୍ମପୁରରେ ଜନବସତି ମୁହାଁ ହାତୀ । ସରକାରଙ୍କ ଅନେକ ପଦକ୍ଷେପ ସତ୍ୱେ ହାତୀ ଗାଁକୁ ଚାଲିଆସିଛନ୍ତି । କିନ୍ତୁ ବିଧାନସଭାରେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଚିନ୍ତାଜନକ ।
ରାଜ୍ୟରେ ହାତୀମୃତ୍ୟୁ ଉଦବେଗଜନକ ଭାବେ ବଢୁଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଥ୍ୟରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଆଉ ହାତୀମୃତ୍ୟୁର ମୁଖ୍ୟ କାରଣ ହୋଇଛି ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଓ ସଡକ ଦୁର୍ଘଟଣା ଓ ଶିକାର । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୧୫ରୁ ୨୫ ସେପ୍ଟେମ୍ବର ୨୦୨୩ ମଧ୍ୟରେ ରାଜ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି ।
ତେବେ ଖୁସିର କଥା ହେଲା ଚିନ୍ତାଜନକ ହାତୀମୃତ୍ୟୁ ସତ୍ୱେ ହାତୀବଂଶର ବିସ୍ତାର । ଏକ ଆକଳନରୁ ଜଣାପଡିଛି, ପୂର୍ବ ଭାରତରେ ଯେତେହାତୀ ଅଛନ୍ତି, ତାର ଅର୍ଦ୍ଧାଧିକ ହାତୀ କେବଳ ଓଡିଶାରେ ଅଛି । ଅର୍ଥାତ ଯେତିକି ହାତୀ ମୃତ୍ୟୁ ହେଉଛି, ସେହି ଅନୁପାତରେ ହାତୀ ଜନ୍ମ ବି ହେଉଛନ୍ତି । ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ…
ତେବେ ଜଙ୍ଗଲ ନଷ୍ଟ ଓ ଅନ୍ୟାନ୍ୟ କାରଣରୁ ହାତୀ ଜନବସତି ମୁହାଁ ହେବା ଓ ଦାନ୍ତ ପାଇଁ ହାତୀ ଶିକାର ବି ଚିନ୍ତାର କାରଣ ପାଲଟିଛି । ସରକାରଙ୍କ ଅନେକ ଦାବି ସତ୍ୱେ ଖାଦ୍ୟ ଅନ୍ୱେଷଣ ପାଇଁ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଚାଲିଆସୁଛନ୍ତି ହାତୀ ପଲ ।
The post ରାଜ୍ୟରେ ବଢୁଛି ହାତୀମୃତ୍ୟୁ । ବିଦ୍ୟୁତ ଆଘାତ ଓ ଦୁର୍ଘଟଣା ନେଉଛି ଜୀବନ । first appeared on Kanak News.